ଓଡ଼ିଶାକୁ ମିଳିଲା ଜିଆଇ ଟ୍ୟାଗ୍‌

  4-1-2023

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌

ଭୁବନେଶ୍ୱର: ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍ । ରାଜ୍ୟର


ଉତ୍ପାଦିତ ଜିନିଷକୁ ଜିଆଇ ଟ୍ୟାଗ୍ ମିଳିଥିବା ନେଇ ଜଣାପଡ଼ିଛି । ରାଜ୍ୟ କ୍ଷୁଦ୍ର


ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ‘ଢ’ରେ ସୂଚନା


ଦିଆଯାଇଛି । ଜିଆଇ ଟ୍ୟାଗ୍ ମାନ୍ୟାତା ତାଲିକାରେ ରହିଛି ଖଜୁରୀ ଗୁଡ଼,


ଢେଙ୍କାନାଳ ମଗଜି ଓ ମୟୂରଭଂଜ କାଇ ଚଟଣୀ । ସେହିପରି ନୟାଗଡ଼


କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌କୁ ମଧ୍ୟ ଜିଆଇ


ଟ୍ୟାଗ୍ ମାନ୍ୟତା ମିଳିଛି । କେନ୍ଦ୍ରାପଡ଼ା ରସାବଳି, କୋରାପୁଟ କଳାଜିରା


ଧାନକୁ ଜିଆଇ ଟ୍ୟାଗ୍ ମିଳିଥିବାବେଳେ ଲାଞ୍ଜିଆ ସୌରା ଚିତ୍ରକଳାକୁ ବି


ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଗତ ଅକ୍ଟୋବର ୩ ତାରିଖ ୨୦୨୩ରେ


କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ସୂଚନା ମିଳିଥିଲା ।


କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ଦିଆଯାଇଥିଲା ।


ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଥିବା ସୂଚନା


ଦିଆଯାଇଥିବାବେଳେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜିଆଇ ଟ୍ୟାଗ


ଦେବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।ଓଡ଼ିଶାର ଏହି ୮ ଜିନିଷକୁ


ଜିଆଇ ଟ୍ୟାଗ୍ ମିଳିବା ପରେ ରାଜ୍ୟରେ ଖୁସିର ମାହୋଲ ଖେଳିଯାଇଛି ।


ବିଶେଷକରି ଖଜୁରୀ ଗୁଡ଼, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ ଓ ଡଙ୍ଗରିଆ


କନ୍ଧଙ୍କ ଏମ୍ବ୍ରୋଡରୀ ସାଲ୍‌କୁ ଜିଆଇ ଟ୍ୟାଗ୍ ମିଳିବାପରେ ସବୁଠି ଉତ୍ସାହ


ଦେଖିବାକୁ ମିଳୁଛି ।


Comments

Popular posts from this blog

ମାତୃଭାଷାରେ ଶିକ୍ଷାଦାନ ଓ ସରକାରୀ କାର୍ଯ୍ୟ