Posts

Showing posts from December, 2023

ଗାଁ କୁ ରାସ୍ତା ନାହିଁ

  6-4-2024 ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ ୨ କିମି ଖଟିଆରେ ବୁହାହେଲେ ରୋଗୀ As there was no road, the ambulance unable to reach, patient was carried on the Chaarpai for about 2 km https://news.vskodisha.com/ odia-news-1438/ ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲେନସ ଆମ୍ବୁଲେନସ କର୍ମଚାରୀ ଖଟିଆରେ ବୋହି ୩ କିମି ଚାଲିଲେ  ରାୟଗଡା,୨୬/୧୨-2023 : ପୁଣି ଜନନୀ ଯନ୍ତ୍ରଣାୟଗାଁକୁ ରାସ୍ତା ନଥିବାରୁ ପୁଣି ବୁହା ହେଲେ ଗର୍ବବତୀୟଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ସୀମାନ୍ତ ପିପଲପଦର ଗ୍ରାମରେ । ଏହି ଗ୍ରାମର ଅଭି ମାଣ୍ଡିଙ୍କ ପ˜ୀ କହ୍ନେଇ ମାଣ୍ଡି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲେନସକୁ ଫୋନ ଯୋଗେ ଯୋଗାଯୋଗ କରାଯାବି ପରେ ରାୟଗଡା ବ୍ଲକର କୁମ୍ଭିକୋଟା ଗ୍ରାମର ୧୦୮ ଆମ୍ବୁଲେନସ ଗାଁକୁ ଯିବାକୁ ବାହାରିଥିଲା । କିନ୍ତୁ ୩ କିଲୋମିଟର ଦୁରରେ ଅଟକି ରହିଥିଲା । ଗାଁକୁ ରାସ୍ତା ନଥିବା ବେଳେ ଏକ ପାହାଡିଆ ନଦୀରେ ବିଦ୍ୟୁତ ଖୁଣ୍ଡ ପକାଇ ଲୋକେ ନଦୀ ପାର କରନ୍ତି । ତେବେ ତୁରନ୍ତ ଆମ୍ବୁଲେନସର ଡ୍ରାଇଭର ଓ ଅନ୍ୟ କର୍ମକର୍ତ୍ତା ତୁରନ୍ତ ପିପଲପଦର ଗ୍ରାମକୁ ଯାଇ ଏକ ଖଟିଆ ସାହାଯ୍ୟରେ ନିଜ କାନ୍ଧରେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲେନସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ତାଂକୁ ଲକ୍ଷ୍ମୀପୁର ସିଏଚସିକୁ ନିଆଯାଇଥିଲା । ତେବେ ସେତେ...

ମିଳୁନି ପ୍ରୋତ୍ସାହନ, କୌଳିକ ବୃତ୍ତିରୁ ଦୂରେଇଯାଉଛନ୍ତି ଲୋକେ

  ମିଳୁନି ପ୍ରୋତ୍ସାହନ, କୌଳିକ ବୃତ୍ତିରୁ ଦୂରେଇଯାଉଛନ୍ତି ଲୋକେ 25-12-2023 ଭୁବନେଶ୍ୱର : ଚାହିଦା ଆଉ ଆବଶ୍ୟକତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଜଣକୁ ବାଦ୍‌ଦେଇ ଅନ୍ୟର ସ୍ୱରୂପ ଭାବିବା କାଠିକର ପାଠ । ଚାହିଦା ବଢ଼ିଲେ ଆବଶ୍ୟକତା ବଢ଼େ । ତଦନୁଯାୟୀ ଅପର କଥାଟି ମଧ୍ୟ । ସମୟ ଥିଲା ଝିଅ ବିବାହ ଠାରୁ ଆରମ୍ଭ କରି ଘରୋଇ ବ୍ୟବହୃତ ପାତ୍ର ହିସାବରେ କଂସା ଆଉ ପିତ୍ତଳ ସାମଗ୍ରୀ ଆଗରେ ଥିଲା । ସମୟକ୍ରମେ ସେ ସବୁ ହଜିବାକୁ ବସିଲାଣି । ଷ୍ଟିଲ୍ ଏବଂ ପ୍ଲାଷ୍ଟିକ୍‌ର ରାଜୁତିରେ ପିତ୍ତଳ ଆଉ କଂସା ପଥର ପାଲଟିଗଲେ । ଏପରିକି ନଳକୂପରୁ ପାଣି ଭାର ଆଣିବା ଠାରୁ ଆରମ୍ଭ କରି ମନ୍ଦିରରେ ଦେବଦେବୀଙ୍କ ବାସନକୁସନ ପିତ୍ତଳ ଆଉ କଂସାରେ ଥିଲା । ହେଲେ ସମୟକ୍ରମେ ଏ ବେଉସା ଆଜି ହଜିଯିବାକୁ ବସିଛି । କୌଳିକ ବୃତ୍ତି ଆଜି ଉପେକ୍ଷିତ । ବାହାର ରାଜ୍ୟକୁ ରୋଜଗାର କରିବା ଲାଗି ଏ ପିଢ଼ି ଯିବାକୁ ବସିଛି ପଛକେ କୌଳିକ ବୃତ୍ତି ଆଡ଼କୁ ମନ ବଳାଉନାହିଁ । ଭୁବନେଶ୍ୱରର ବାଳକାଟି ଅଞ୍ଚଳରେ ଥିବା ରଥିଜେମା ଗ୍ରାମର ଅଶିଘରସାହିରେ ବସବାସ କରୁଥିବା ଲୋକଙ୍କ କୌଳିକ ବୃତ୍ତି ହେଉଛି କଂସା ଆଉ ପିତ୍ତଳ ବାସନ ଗଢ଼ିବା । ଗଲା ଚାରି ଦଶନ୍ଧି ଧରି ସେ ଏଇଥିରେ ଗୁଜୁରାଣ ମେଣ୍ଟାନ୍ତି । ଏହି କଂସା, ପିତ୍ତଳ ଜିନିଷ ତିଆରି କରୁଥିବା ବୈଷ୍ଣବ ମହାରଣା କୁହନ୍ତି ୨୦ ବର୍ଷ ତଳେ ଯେତେବେଳେ କାଖରେ କଂସାର ଗରା ନେଇ କୂଅରୁ ପାଣି ଆଣିବାକୁ ଘରଣୀମାନେ ଯାଉଥିଲେ ସେ ସମୟରେ ...

ଭାରତ ତୁଳନାରେ ଓଡ଼ିଶାର ବେକାରୀହାର ଅଧିକ

 ଭାରତ ତୁଳନାରେ ଓଡ଼ିଶାର ବେକାରୀହାର ଅଧିକ ଭାରତ ତୁଳନାରେ ଓଡିଶାରେ ବେକାରି ହାର ଅଧିକ । ଦେଶରେ ଏହି ହାର ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ରହିଛି ୩.୯ ପ୍ରତିଶତ । କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ତେଜିଛି ରାଜନୀତି । କଂଗ୍ରେସ ଓ ବିଜେପି ଏହାକୁ ନେଇ ବିଜେଡିକୁ ଘେରିଛନ୍ତି । ପ୍ରତିକ୍ରିୟାରେ ବିଜେଡି କହିଛି ଓଡିଶାରେ ନିଯୁକ୍ତି ଓ ରୋଜଗାର ଅନ୍ୟ ରାଜ୍ୟ ତୁଳନାରେ ଆଗରେ । ଦେଶରେ ବେକାରି ସମସ୍ୟାକୁ ନେଇ ବଡ ବିତର୍କ ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା ମଧ୍ୟ କରି ଆସୁଛନ୍ତି ବିରୋଧୀ । ଏସବୁ ଭିତରେ କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଜାରି କରାଯାଇଛି । ବିଭାଗୀୟ ମନ୍ତ୍ରୀ ରାମେଶ୍ୱର ତେଲି ସଂସଦରେ ଦେଶର ଓ ରାଜ୍ୟଗୁଡିକର ବେକାରି ହାର ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି । କରୋନା ମହାମାରୀ ପରେ ଦେଶରେ ବେକାରି ହାର ହ୍ରାସ ପାଉଥିବା ଏହି ତଥ୍ୟରୁ ଜଣାପଡୁଛି ।୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ବେକାରି ହାର ୧ ପ୍ରତିଶତ ହ୍ରାସ ପାଇଛି । ୨୦୨୦- ୨୧ରେ ବେକାରି ହାର ୪.୨ ପ୍ରତିଶତ ରହିଥିବା ବେଳେ ବର୍ଷକ ପରେ ତାହା ୦ ଦଶମିକ ୧ ପ୍ରତିଶତ ହ୍ରାସ ପାଇଥିଲା । ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨ ପ୍ରତିଶତରେ ପହଁଚିଛି ।ଦେଶର ବେକାରି ହାର୨୦୨୦-୨୧ ୪.୨ ପ୍ରତିଶତ୨୦୨୧-୨୨ ୪.୧ ପ୍ରତିଶତ୨୦୨୨-୨୩ ୩.୨ ପ୍ରତିଶତତେବେ ବଡ କଥା ହେଉଛି, ଭାରତ ତୁଳନାରେ ଓଡିଶାରେ ବେକାରି ...