ଗାଁ କୁ ରାସ୍ତା ନାହିଁ
6-4-2024
ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ ୨ କିମି ଖଟିଆରେ ବୁହାହେଲେ ରୋଗୀ
As there was no road, the ambulance unable to reach, patient was carried on the Chaarpai for about 2 kmhttps://news.vskodisha.com/
ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲେନସ ଆମ୍ବୁଲେନସ କର୍ମଚାରୀ ଖଟିଆରେ ବୋହି ୩ କିମି ଚାଲିଲେ
ରାୟଗଡା,୨୬/୧୨-2023 : ପୁଣି ଜନନୀ ଯନ୍ତ୍ରଣାୟଗାଁକୁ ରାସ୍ତା ନଥିବାରୁ ପୁଣି ବୁହା ହେଲେ ଗର୍ବବତୀୟଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ସୀମାନ୍ତ ପିପଲପଦର ଗ୍ରାମରେ । ଏହି ଗ୍ରାମର ଅଭି ମାଣ୍ଡିଙ୍କ ପ˜ୀ କହ୍ନେଇ ମାଣ୍ଡି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲେନସକୁ ଫୋନ ଯୋଗେ ଯୋଗାଯୋଗ କରାଯାବି ପରେ ରାୟଗଡା ବ୍ଲକର କୁମ୍ଭିକୋଟା ଗ୍ରାମର ୧୦୮ ଆମ୍ବୁଲେନସ ଗାଁକୁ ଯିବାକୁ ବାହାରିଥିଲା । କିନ୍ତୁ ୩ କିଲୋମିଟର ଦୁରରେ ଅଟକି ରହିଥିଲା । ଗାଁକୁ ରାସ୍ତା ନଥିବା ବେଳେ ଏକ ପାହାଡିଆ ନଦୀରେ ବିଦ୍ୟୁତ ଖୁଣ୍ଡ ପକାଇ ଲୋକେ ନଦୀ ପାର କରନ୍ତି । ତେବେ ତୁରନ୍ତ ଆମ୍ବୁଲେନସର ଡ୍ରାଇଭର ଓ ଅନ୍ୟ କର୍ମକର୍ତ୍ତା ତୁରନ୍ତ ପିପଲପଦର ଗ୍ରାମକୁ ଯାଇ ଏକ ଖଟିଆ ସାହାଯ୍ୟରେ ନିଜ କାନ୍ଧରେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲେନସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ତାଂକୁ ଲକ୍ଷ୍ମୀପୁର ସିଏଚସିକୁ ନିଆଯାଇଥିଲା । ତେବେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଯାହାଫଳରେ ଜନ୍ମିତ ଶିଶୁର ମୃତ୍ୟୁ ହୋଇଯାଇଥିଲା । ଦୁର୍ଗମ ଗ୍ରାମଗୁଡିକରେ ଆଜି ବି ପକ୍କା ରାସ୍ତା ନଥିବାରୁ ଏଭଳି ଦୃଶ୍ୟ ପ୍ରାୟତଃ ପ୍ରତିଦିନ ଦେଖିବାକୁ ମିଳେ । ଆମ୍ବୁଲେନସ କର୍ମଚାରୀଙ୍କ ଏଭଳି ମହାନତାକୁ ଲୋକେ ପ୍ରଶଂସା କରିଥିଲେ । କହ୍ନେଇ ଏବେ ଲକ୍ଷ୍ମୀପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।
Comments
Post a Comment