Posts

Showing posts from January, 2024

ଆବାସ ଯୋଜନା

 ପ୍ରହସନ ପାଲଟିଛି ଆବାସ ଯୋଜନା  26-1-2024 ଆଳି : ଦାରିଦ୍ର‌୍ୟର କଷାଘାତରେ ନିପିଡିତ ସେ । ବାସଗୃହ ହୀନ ସମାଜରେ ଶେଷତମ ବ୍ୟକ୍ତିଟିଏ ସେ । ଦାରିଦ୍ର‌୍ୟତା ଯେମିତି ତା ପାଇଁ ଅଭିଶାପ ପାଲଟିଛି । ଦେଶ ସ୍ୱାଧୀନତାର ୭୫ ଟି ସ୍ୱର୍ଣ୍ଣିମ ବର୍ଷ ଅତିକ୍ରମ କରିଥିଲେ ବି ସେ ଯେଉଁ ତିମିରରେ ଥିଲେ ସେହି ତିମିରରେ ରହି ଯାଇଛନ୍ତି । ଏକ ଜନମଙ୍ଗଳ ରାଷ୍ଟ୍ରରେ ଖାଦ୍ୟ, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଜଣେ ବ୍ୟକ୍ତିର ମୌଳିକ ଆବଶ୍ୟକତା । ତାହା ସରକାର ପୂରଣ କରିବାର ଆବଶ୍ୟକତା ରହିଛି କିନ୍ତୁ କେତେ ଦୂର ତାହା ପାଳନ ହେଉଛି ତାକୁ ଦେଖିବାକୁ କାହାରି ଇଚ୍ଛା ଥିଲା ପରି ଜଣାପଡ଼ୁ ନାହିଁ ।  ରାଜ୍ୟ ସରକାର ଶହ ଶହ ଯୋଜନା କରୁଛନ୍ତି, କିନ୍ତୁ ଯୋଜନାର କରୁଥିବା ମଣିଷଟିଏ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ଭାଗିରଥି ଦାସ । ଆବାସ ଖଣ୍ଡେ ପାଇଁ ବର୍ଷ ବର୍ଷ ଧରି ପଞ୍ଚାୟତରୁ ବ୍ଲକ ଦୌଡି ଦୌଡ଼ି ନୟାନ୍ତ ହୋଇ ପଡିଥିଲେ ସୁଦ୍ଧା ପ୍ରଶାସନର ନଜର ପଡୁନି ତାଙ୍କ ଉପରେ । ଗୋଟିଏ ପଟେ ବୟସର ଅପରାହ୍ନରେ ପହଞ୍ଚିଥିବା ଭାଗିରଥି ପୁଅ ପତ୍ନୀଙ୍କୁ ହରାଇ ବାର ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ମୁଣ୍ଡ ଗୁଞ୍ଜିବା ନିମନ୍ତେ ପକ୍କାଘର ଖଣ୍ଡେ ନ ଥିବାରୁ ଭାଗିରଥି ନିଜ ଭାଗ୍ୟକୁ ଆଦରି ଭଙ୍ଗା ଚାଳ ଘରେ ଦିନ କାଟୁଛନ୍ତି । ଦିନ ଥିଲା ଭାଗିରଥି ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ଚଳ...

ଓଡ଼ିଶାକୁ ମିଳିଲା ଜିଆଇ ଟ୍ୟାଗ୍‌

  4-1-2023 ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌ ଭୁବନେଶ୍ୱର: ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍ । ରାଜ୍ୟର ଉତ୍ପାଦିତ ଜିନିଷକୁ ଜିଆଇ ଟ୍ୟାଗ୍ ମିଳିଥିବା ନେଇ ଜଣାପଡ଼ିଛି । ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ‘ଢ’ରେ ସୂଚନା ଦିଆଯାଇଛି । ଜିଆଇ ଟ୍ୟାଗ୍ ମାନ୍ୟାତା ତାଲିକାରେ ରହିଛି ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି ଓ ମୟୂରଭଂଜ କାଇ ଚଟଣୀ । ସେହିପରି ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌କୁ ମଧ୍ୟ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି । କେନ୍ଦ୍ରାପଡ଼ା ରସାବଳି, କୋରାପୁଟ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମିଳିଥିବାବେଳେ ଲାଞ୍ଜିଆ ସୌରା ଚିତ୍ରକଳାକୁ ବି ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଗତ ଅକ୍ଟୋବର ୩ ତାରିଖ ୨୦୨୩ରେ କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ସୂଚନା ମିଳିଥିଲା । କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ଦିଆଯାଇଥିଲା । ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଥିବା ସୂଚନା ଦିଆଯାଇଥିବାବେଳେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜିଆଇ ଟ୍ୟାଗ ଦେବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।ଓଡ଼ିଶାର ଏହି ୮ ଜିନିଷକୁ ଜିଆଇ ଟ୍ୟାଗ୍ ମିଳିବା ପରେ ରାଜ୍ୟରେ ଖୁସିର ମାହୋଲ ଖେଳିଯାଇଛି । ବିଶେଷକରି ଖଜୁରୀ ଗୁଡ଼, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ ଓ ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡ...