ଆବାସ ଯୋଜନା
ପ୍ରହସନ ପାଲଟିଛି ଆବାସ ଯୋଜନା
26-1-2024
ଆଳି : ଦାରିଦ୍ର୍ୟର କଷାଘାତରେ ନିପିଡିତ ସେ । ବାସଗୃହ ହୀନ ସମାଜରେ ଶେଷତମ ବ୍ୟକ୍ତିଟିଏ ସେ । ଦାରିଦ୍ର୍ୟତା ଯେମିତି ତା ପାଇଁ ଅଭିଶାପ ପାଲଟିଛି । ଦେଶ ସ୍ୱାଧୀନତାର ୭୫ ଟି ସ୍ୱର୍ଣ୍ଣିମ ବର୍ଷ ଅତିକ୍ରମ କରିଥିଲେ ବି ସେ ଯେଉଁ ତିମିରରେ ଥିଲେ ସେହି ତିମିରରେ ରହି ଯାଇଛନ୍ତି । ଏକ ଜନମଙ୍ଗଳ ରାଷ୍ଟ୍ରରେ ଖାଦ୍ୟ, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଜଣେ ବ୍ୟକ୍ତିର ମୌଳିକ ଆବଶ୍ୟକତା । ତାହା ସରକାର ପୂରଣ କରିବାର ଆବଶ୍ୟକତା ରହିଛି କିନ୍ତୁ କେତେ ଦୂର ତାହା ପାଳନ ହେଉଛି ତାକୁ ଦେଖିବାକୁ କାହାରି ଇଚ୍ଛା ଥିଲା ପରି ଜଣାପଡ଼ୁ ନାହିଁ । ରାଜ୍ୟ ସରକାର ଶହ ଶହ ଯୋଜନା କରୁଛନ୍ତି, କିନ୍ତୁ ଯୋଜନାର କରୁଥିବା ମଣିଷଟିଏ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ଭାଗିରଥି ଦାସ । ଆବାସ ଖଣ୍ଡେ ପାଇଁ ବର୍ଷ ବର୍ଷ ଧରି ପଞ୍ଚାୟତରୁ ବ୍ଲକ ଦୌଡି ଦୌଡ଼ି ନୟାନ୍ତ ହୋଇ ପଡିଥିଲେ ସୁଦ୍ଧା ପ୍ରଶାସନର ନଜର ପଡୁନି ତାଙ୍କ ଉପରେ । ଗୋଟିଏ ପଟେ ବୟସର ଅପରାହ୍ନରେ ପହଞ୍ଚିଥିବା ଭାଗିରଥି ପୁଅ ପତ୍ନୀଙ୍କୁ ହରାଇ ବାର ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ମୁଣ୍ଡ ଗୁଞ୍ଜିବା ନିମନ୍ତେ ପକ୍କାଘର ଖଣ୍ଡେ ନ ଥିବାରୁ ଭାଗିରଥି ନିଜ ଭାଗ୍ୟକୁ ଆଦରି ଭଙ୍ଗା ଚାଳ ଘରେ ଦିନ କାଟୁଛନ୍ତି । ଦିନ ଥିଲା ଭାଗିରଥି ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ଚଳାଉଥିଲେ । ହସଖୁସିରେ ଚାଲିଥିବା ଭାଗିରଥିଙ୍କ ପରିବାର ଉପରକୁ ଘୋଟି ଆସିଥିଲା ଦୁଃଖର କଳାବାଦଲ । ଏକ ଦୁର୍ଘଟଣାରେ ନିଜ ଭେଣ୍ଡିଆ ପୁଅ ଚିତ୍ତରଞ୍ଜନକୁ ହରାଇବା ପରେ ପତ୍ନୀ ମଞ୍ଜୁଲତା ଦାସଙ୍କ ପରଲୋକ ଘଟିଛି । ଭାଗିରଥିଙ୍କ ବୟସ ଏବେ ୭୦ ବର୍ଷ ହେଲାଣି । ଯେଉଁ ବୟସରେ ବିଶ୍ରାମ ନେବା କଥା ସେହି ବୟସରେ ଭାଗିରଥି ପେଟ ଚାଖଣ୍ଡକ ପାଇଁ ମୂଲ ଲାଗି ନିଜ ପେଟକୁ ଦାନା ଦେଉଛନ୍ତି । କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ତାଙ୍କ ନିକଟରେ ପକ୍କାଘର ଖଣ୍ଡେ ନାହିଁ । ଦୀର୍ଘ ବର୍ଷ ଧରି ସେ ରହି ଆସୁଥିବା ଘର ଏବେ ବିପଦ ସଂକୁଳ ଅବସ୍ଥାରେ । ଘରର କାନ୍ଥ ଫାଟି ଆଁ କରିଥିବା ବେଳେ ଚାଳ ଫୁଟି ବର୍ଷା ପାଣି ଝରୁଛି । ଏଭଳି ପରିସ୍ଥିତିରେ ସେ ଦିନ କାଟୁଥିବା ବେଳେ ତାଙ୍କୁ ଆବାସ ଖଣ୍ଡେ ମିଳୁନି । କଳସପୁର ପଞ୍ଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ପାଇଥିବା ବେଳେ ଭାଗିରଥିଙ୍କ ଭାଗ୍ୟରେ କିନ୍ତୁ ପକ୍କାଘର ଖଣ୍ଡେ ଜୁଟୁନି । ଏଠାରେ ପ୍ରଶ୍ନ ଉଠୁଛି ଯେ ୨୦୧୧ ମସିହା ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରଶାସନ ନିକଟରେ ଭାଗିରଥି ଘର ପାଇବାକୁ ଯୋଗ୍ୟ ହୋଇଥିବା ବେଳେ କାହା ଅବହେଳା ଯୋଗୁଁ ସେ ଏଥିରୁ ବଞ୍ଚିତ ହୋଇଛନ୍ତି । ଏ ନେଇ ଆଳି ବ୍ଲକ ପ୍ରଶାସନ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ତୁରନ୍ତ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଭାଗିରଥି ଗୁହାରି କରିଛନ୍ତି । ଭଙ୍ଗା ଦଦରା ନୁଆଣିଆଁ ଚାଳଘରେ ବିତୁଛି ଭାଗିରଥିଙ୍କ ଦିନ ସଫଳ ରୂପାୟନ ହୋଇପାରୁନାହିଁ । ଯାହାକି ସର୍ବନିମ୍ନ ମୌଳିକ ଆବଶ୍ୟକତାରୁ ବଞ୍ôଚତ ହୋଇଛନ୍ତି ଭାଗିରଥି । ତାହା ସମାଜର ଶେଷତମ ଲୋକ ପାଖରେ ପହଞ୍ଚିଲା କି ନାହିଁ ତାହା ଦେଖିବାକୁ ଯେଉଁ ମାନଙ୍କର ଦାୟିତ୍ୱ, ସେମାନେ କିନ୍ତୁ ଉଦାସୀନ । ତେଣୁ ଭାଗିରଥୀଙ୍କ ଭଳି ଜଣେ ହତଭାଗ୍ୟ ପାଇଁ ପକ୍କାଘର ଟିଏ ସାତ ସପନ ପାଲଟିଛି । ୨୦୧୧ ମସିହା ର ସର୍ଭେ ଅନୁସାରେ ସେ କଚାଘରେ ବାସକରୁଥିବା ଅସହାୟ ଲୋକଟିଏ ।
Comments
Post a Comment