ସ୍ବାବଲମ୍ବୀ
ଗୋବରରୁ ପ୍ରସ୍ତୁତ ହେବ ପ୍ରାକୃତିକ ରଙ୍ଗ
ରଙ୍ଗୀନ କୋବି ଚାଷ କରି ଲାଭବାନ ହେଉଛନ୍ତି ଚାଷୀ
7-2-24
ମାଲକାନଗିରି: ପାହାଡିଆ ଜମିରେ ଫଳିଛି ରଙ୍ଗିନ୍ କୋବି । ବଜାରରେ ଏହି କୋବିର ଚାହିଦା ରହିଥିବା ବେଳେ ଚାଷୀମାନେ ମଧ୍ୟ ଏହି ଚାଷ କରି ଭଲ ରୋଜଗାର କରିବାର ଆଶା ରଖିଛନ୍ତି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ବଡଡୁରାଲ ଓ ମାଡକାପଦର ଘାଟି ଅଂଚଳରେ ଏହି ଚାଷ କରିଛନ୍ତି ଚାଷୀ । ଜୈବିକ ପ୍ରଣାଳୀରେ ଏହି ଚାଷ ହୋଇଥିବାରୁ ଏହାକୁ କିଣିବା ପାଇଁ ଲୋକଙ୍କ ଚାହିଦା ମଧ୍ୟ ବଢ଼ୁଛି । ପାହାଡ ଉପରେ ଫଳିଛି ରଙ୍ଗିନ ଫୁଲକୋବି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡଡୁରାଲ ଓ ମାଡକାପଦର ଘାଟି ଅଂଚଳରେ ପାଖାପାଖି ୩ ଏକର ଜମିରେ ଏହି କୋବି ଚାଷ କରିଛନ୍ତି ଚାଷୀ । ବଜାରରେ ମଧ୍ୟ ଏହି କୋବିର ଚାହିଦା ଅଧିକ ରହିଛି । ବଡଡୁରାଲ ପଂଚାୟତର ସର୍ଗିଗୁଡା, ମାଳିଗୁଡା ଓ ମାଡକାପଦର ପଂଚାୟତର ଗୁମ୍ମାଝରଣ ଗାଁରେ ଏବେ ଦେଖିବାକୁ ମିଳିଛି ରଙ୍ଗିନ ଫୁଲକୋବିର ପସରା । ଏହି କୋବି ଚାଷ କରିବାକୁ ଖଇରପୁଟ କୃଷି ବିଭାଗର ଅଧିକାରୀ ସଚେତନ କରାଇବା ପରେ ଚାଷୀ ମାନେ ଏହି ଚାଷ କରୁଛନ୍ତି । ଗତବର୍ଷ ୨ଟି ଭେରାଇଟିର ବିହନ ନେଇ ଆରମ୍ଭ ହୋଇଥିଲା ଚାଷ । ପାହାଡ଼ିଆ ମାଟିରେ ଏହି ଚାଷ ଭଲ ହେଉଥିବାରୁ କିଛି ରୋଜଗାର କରିବା ନେଇ ଚାଷୀ ମାନେ ଆଶା ରଖିଛନ୍ତି । ଗତ ବର୍ଷ ଫୁଲକୋବିକୁ ରଙ୍ଗ ଦିଆଯାଉଥିବା ଭାବି ଅନେକ ଗ୍ରାହକ ନେବାକୁ ଆଗ୍ରହ କରୁ ନଥିଲେ । ଏହା ସମ୍ପୂର୍ଣ ହାଇଜେନିକ ଓ ଦେଶୀ ପ୍ରଣାଳୀରେ ଚାଷ ହେଉଥିବା ଜାଣିବା ପରେ ଏବେ ଗ୍ରାହକମାନେ ଏହି ରଙ୍ଗିନ ଫୁଲକୋବି ନେବାକୁ ଆଗ୍ରହ ବଢିଛି । ଧଳା ଫୁଲ କୋବି ଅପେକ୍ଷା ହଳଦିଆ ଓ ବାଇଗଣି ରଙ୍ଗର କୋବି ଚାଷ କରିବାକୁ ଗ୍ରାହକ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାକୁ କିଲୋପ୍ରତି ୩୦ ରୁ ୪୦ ଟଙ୍କାରେ ବିକ୍ରି କରି ଭଲ ରୋଜଗାର କରୁଛନ୍ତି ଚାଷୀ । ଚାଷୀଙ୍କୁ କୃଷି ବିଭାଗର ଆତ୍ମା ଯୋଜନାରେ ସମସ୍ତ ସୁବିଧା ଯୋଗାଇ ଦେଇଛି ଖଇରପୁଟ ବ୍ଲକ କୃଷି ବିଭାଗ । ପ୍ରଥମେ ପ୍ରଥମେ ବଜାରରେ ଏହି ରଙ୍ଗିନ କୋବିର ଚାହିଦା ନଥିଲା । ଏବେ କିନ୍ତୁ ଏହି ଫୁଲକୋବିର ଚାହିଦା ବଢିଛି । ଘାଟିରୁ ଆଣି ଜିଲ୍ଲାର ମାଥିଲି, ଖଇରପୁଟ, ଗୋବିନ୍ଦପାଲି, ମୁଣ୍ଡିଗୁଡା ଓ ଆମ୍ବିଳିପୁଟରେ ବସୁଥିବା ସାପ୍ତାହିକ ହାଟରେ ବିକ୍ରି କରି ଚାଷୀମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି
ଫୁଲ ଚାଷକରୀ ଯୁବଚାଷୀ ସ୍ବାବଲମ୍ବୀ
ଖବରକାଗଜ ବିକି ହୋଇଛନ୍ତିସ୍ବାବଲମ୍ବୀ
https://sambadepaper.com/
Comments
Post a Comment