ଓଡିଶାର କୃତ୍ତିତ୍ବ - ଉତ୍ପାଦିତ ଦ୍ରବ୍ୟର ବିଦେଶୀ ଚାହିଦା




ନବମ ଶ୍ରେଣୀ ଛାତ୍ର ନିର୍ମାଣ କଲେ ସୌର ତଲାରି
ସୋରଡ଼ା: କିଛି ନୂଆ କରି ଦେଖାଇବାର ଦୃଢ଼ ଇଚ୍ଛାଶକ୍ତି ଅନେକଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । କିଛି ବର୍ଷ ହେଲା ସ୍କୁଲ ବିଦ୍ୟାର୍ଥୀମାନେ ଅଧ୍ୟୟନ ସମୟରୁ ହିଁ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରି ସଫଳତା ପାଉଛନ୍ତି । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହିଞ୍ଜଳକୁଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବବୁଲ ଗୌଡ଼ଙ୍କ କ୍ଷେତ୍ରରେ। ନିଜସ୍ଵ ଜ୍ଞାନ କୌଶଳରେ ବବୁଲ ନିର୍ମାଣ କରିଛନ୍ତି ସୌର ଚାଳିତ ସ୍ମାର୍ଟ ତଲାରି। ବବୁଲ ନିଜ ବିଦ୍ୟାଳୟର ଗାଇଡ ଶିକ୍ଷକ ଜସ୍ମିନ ଶବରଙ୍କ ତତ୍ତ୍ଵାବଧାନରେ ଅବ୍ୟବହୃତ ଦ୍ରବ୍ୟରୁ ନିର୍ମାଣ କରିଛନ୍ତି ଏହି ସୌର ଚାଳିତ ସ୍ମାର୍ଟ ତଲାରି। ଏହା ଲୋକଙ୍କୁ ଖରା ବର୍ଷାରୁ ସୁରକ୍ଷା ଦେବା ସହ କୃଷକଙ୍କ ନିମନ୍ତେ ବିଶେଷ ସହାୟକ ହୋଇପାରିବ । ତଲାରୀରେ ସୌର ଚାଳିତ ଯନ୍ତ୍ରାଂଶରୁ ବଲ୍‌ବ ଜଳିବା ସହ ଛୋଟ ପଙ୍ଖା ମଧ୍ୟ ବୁଲି ପାରିବା ବ୍ୟବସ୍ଥା ରହିଛି। ଏହାସହିତ ଏଥରେ ମୋବାଇଲ ଚାର୍ଜ ହୋଇପାରିବା ସହିତ ଏଫ୍ଏମ୍ ରେଡ଼ିଓ ଲଗାଇ ଚାଷୀ ପାଣିପାଗ ସମ୍ପର୍କିତ ଖବର ମଧ୍ୟ ପାଇପାରିବେ।
ବିଳମ୍ବିତ ସମୟ ପର୍ଯ୍ୟନ୍ତ ଜମିରେ ଚାଷ କରି ଫେରିବା ସମୟରେ ଚାଷୀ ତଲାରିରେ ରହିଥ‌ିବା ବଲ୍‌(ଆଲୁଅ) ଲଗାଇ ସୁରକ୍ଷିତ ଭାବେ ଅନ୍ଧାର ରାସ୍ତାରେ ଯାତାୟାତ କରି ପାରିବେ । ସୌର ଶକ୍ତିକୁ ବ୍ୟବହାର କରି ବିଦ୍ୟୁତ ଚାଳିତ କୀଟନାଶକ ଔଷଧ ସିଞ୍ଚନ ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଇପାରିବ। ଗତ ମାସରେ ଭୁବନେଶ୍ବର ଲୋକସେବା ଭବନରେ ଆୟୋଜିତ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କାର୍ଯ୍ୟକ୍ରମରେ ଭାଗ ନେଇ ବବୁଲ ଏହି ତଲାରିକୁ ପ୍ରଦର୍ଶିତ କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଠାରୁ ମାନପତ୍ର ସହ ପୁରସ୍କାର ରାଶି ପାଇଥିଲେ। ବବୁଲଙ୍କ ଏହି କୃତିତ୍ର ପାଇଁ ପ୍ରଧାନଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉଚ୍ଚ ପ୍ରଶଂଶା କରିଛନ୍ତି।


EAMBAO
ସମ୍ବାଦ
ଚିଲିକା,୨୭/୧୨(ଇମିସ):ଚିଲିକା ବ୍ଲକ କୁମାଣ୍ଡଳ ପାଟଣା ପଞ୍ଚାୟତର ହରିକୁଣ୍ଡ ଗାଁର ଶିକ୍ଷକ ନିଶାକର ବରାଳଙ୍କ ଝିଅ ସୌମ୍ୟାଶ୍ରୀ ବରାଳ ଆମେରିକାସ୍ଥିତ ମର୍ଯ୍ୟାଦାଜନକ ‘ନାସା’(ନେସ୍‌ନାଲ୍ ଲ୍ ଅରୋନେଟିକ୍ସ ଏଣ୍ଡ ସ୍ପେସ୍ ଅଡ୍‌ମିନିଷ୍ଟ୍ରେସନ୍)ର ବୈଜ୍ଞାନିକ ହେବାର ବିରଳ ସୌଭାଗ୍ୟ ଅର୍ଜନ କରିଛନ୍ତି । ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ଆରମ୍ଭକରି, ନାଚୁଣୀ କଲେଜରେ ସ୍ନାତକ, ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକତ୍ତୋର ଏବଂ ପାଟଣା ବିଶ୍ବବିଦ୍ୟାଳୟରେ ପଦାର୍ଥବିଜ୍ଞାନରେ ପିଏଚ୍‌ଡି କରିଥିଲେ। ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଆଜି ସେ ସମଗ୍ର ଦେଶପାଇଁ ଅନନ୍ୟ ଗୌରବ ଆଣିଛନ୍ତି। ଏକ ନିପଟ ମଫସଲରେ ଜନ୍ମହୋଇ ମଧ୍ୟ ନିଜ ପାଇଁ ତଥା ଦେଶ ପାଇଁ ଗୌରବ ଆଣିଥିବାରୁ ସ୍ଥାନୀୟ ଅଞ୍ଚଳ ବହୁ ସାମାଜିକ ସଂଗଠନ, ରାଜନେତା, ଶିକ୍ଷାବିତ ଓ ବୁଦ୍ଧିଜୀବୀମାନେ ସୌମ୍ୟାଶ୍ରୀଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି।
KHURDA Edition
Page No.2 December 28, 2024
https://sambadepaper.com/imageview_53408_184497_4_86_28-12-2024_2_i_1_sf.html

ଦୁବାଇ ଯିବ ଗଜପତି ସପୁରି
ପାରଳଖେମୁଣ୍ଡି: ସପୁରି ଚାଷ ପାଇଁ ଗଜପତିରେ ଜଳବାୟୁ ପ୍ରାୟତଃ ଠିକ୍ ରହିଛି। ଏନେଇ ଚାଷୀମାନେ ଆଗ୍ରହ ସହିତ ସପୁରି ଚାଷ କରୁଛନ୍ତି। ଏଥିସହ ଭଲ ରୋଜଗାର ଆଶା ରଖିଛନ୍ତି। ଏଭଳି ପରିସ୍ଥିତିରେ ଚାଷୀ ପାଇଁ ଆଉ ଏକ ଖୁସି ଖବର ରହିଛି। ଗଜପତିରେ ଉତ୍ପାଦିତ ହେଉଥ‌ିବା ସପୁରି ଦୁବାଇ ଯିବ ବୋଲି ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଗଜପତିରେ ବ୍ୟାପକ ପରିମାଣରେ ସପୁରି ଚାଷ ହୋଇଥାଏ। ପ୍ରତି ବର୍ଷ ଜିଲ୍ଲାରେ ୬୪୫୮ ମେଟ୍ରିକ୍ ଟନ୍ ସପୁରି ଉତ୍ପାଦନ ହେଉଛି। ଏହି ଜିଲ୍ଲାରେ ସିମାଞ୍ଚଳମ୍, କିଉ ଏବଂ କ୍ଳିନ୍ ପ୍ରଜାତିର ସପୁରି ଉତ୍ପାଦନ ହୋଇଥାଏ। କିନ୍ ପ୍ରଜାତିର ସପୁରିର ଦେଶ, ବିଦେଶରେ ଚାହିଦା ରହିଛି। ଆସନ୍ତା ବର୍ଷ ଏହି ସପୁରି ଦୁବାଇ ଯିବ। ଏନେଇ ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଏହା ପଠାଯିବ । ଏହା ହେଲେ ଚାଷୀମାନେ ଉତ୍ସାହିତ ହେବେ। ସୂଚନା ଅନୁସାରେ, ଜିଲ୍ଲାର ୬୬୯ ହେକ୍ଟର ଚାଷ ଜମିରେ ସପୁରି ଚାଷ କରାଯାଉଛି। ରାୟଗଡ ବ୍ଲକରେ ସର୍ବାଧ‌ିକ ଚାଷ ହେଉଥିବା ବେଳେ ବର୍ଷକୁ ଏଠାରେ ପ୍ରାୟ ୨ ହଜାର ମେଟ୍ରିକ୍ ଟନ୍ ଉତ୍ପାଦିତ ହୋଇଥାଏ। ରାୟଗଡ଼ ବ୍ଲକ୍‌ର ଡାମ୍ବାଲା ପଞ୍ଚାୟତ ସିନ୍ଧବରେ ପ୍ରୋସେସିଂ ୟୁନିଟ୍ ରହିଛି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ଏହା ପରିଚାଳିତ ହେଉଛି। ଏକ ସ୍ବୟଂ ସହାୟକ ଗୋଷ୍ଠୀ ଏଠାରେ ସପୁରିକୁ ପ୍ରୋସେସିଂ କରି ବିଭିନ୍ନ ସାମଗ୍ରୀ ତିଆରି କରିଥାଆନ୍ତି। ଏହି ସବୁ ସାମଗ୍ରୀକୁ ଇନ୍ଦୋରର ଏକ ନିର୍ଦ୍ଦିଷ୍ଟ ସଂସ୍ଥା କିଣି ନେଇଥାଏ।




5-9-2024
ଓଡିଶାର ଗୌରବ
 ହିମାଳୟ ୧୪ ହଜାର ଫୁଟ ଉପରେ ଜାତୀୟ ପତାକା ଉଡାଇଲେ ଓଡିଆ ପୁଅ

3-9-24
କେନ୍ଦ୍ରାପଡ଼ାର ପୁଅ ଅଷ୍ଟ୍ରେଲିଆରେ ସମ୍ମାନିତ
https://news.vskodisha.com/odia-news-1961/


17-8-24



୨୫-୦୭


ओडिशा की लड़की का नया आविष्कार

बस स्टॉप परड्राइवर को सूचित किया जाएगा कि क्या वह गर्भवती हैओडिशा के एक निजी स्कूल में पढ़ने वाली ऋषिता सामंथारे ने सार्वजनिक परिवहन के लिए प्राग नैन्सी सेफ्टी अलर्ट बनायाताकि अगर गर्भवती महिलाएं बस स्टॉप पर खड़ी हों तो उन्हें आने वाली बसों की पहले से सूचना मिल सके।

https://www.facebook.com/viswasambadkendraodisha/posts/pfbid0281Ymx8oEkCNNv8xsBSeevKLwFUEDEfTEre139HF91GCqvDryDVYFuLt86vQrpm7Wl


24-7-24
ଅନ୍ତର୍ଜାତୀୟ ପର୍ବତାରୋହୀ ବିଭାରାଣୀ ପାତ୍ରଙ୍କୁ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କ ଶୁଭେଚ୍ଛା ଓ 1 ଲକ୍ଷଟଙ୍କା ଆର୍ଥିକ ସହାୟତା ପ୍ରଦାନ

15-7-24
ଓଡିଆ ପୁଅ ସମ୍ମାନୀତ
କାର୍ଗିଲ ଯୁଦ୍ଧର ରଜତ ଜୟନ୍ତୀ ଅବସରରେ ଓଡ଼ିଆ ପୁଅ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜକୁ ଦିଲ୍ଲୀରେ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରାଯିବ


 ଓଡିଶାର କୃତ୍ତିତ୍ବ 

1-7-24

କେସିଙ୍ଗା ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀ ଛାତ୍ର ଓଁ ରାଜ ମିଶ୍ର ଗଲେ ଇସ୍ରୋ

Comments

Popular posts from this blog

ମାତୃଭାଷାରେ ଶିକ୍ଷାଦାନ ଓ ସରକାରୀ କାର୍ଯ୍ୟ

ଓଡ଼ିଶାକୁ ମିଳିଲା ଜିଆଇ ଟ୍ୟାଗ୍‌