ଶିଳା ଆବିଷ୍କୃତ
800 साल पुरानी चौरा का जीर्णोद्धार
पुरी, 15/12: शंकरानंद मठ में 800 साल पुराने प्राचीन चौरा का जीर्णोद्धार किया गया है। मंदिर की प्रतिकृति, इस मूर्तिकला चौरा को चूने की परत में छिपाकर पुनर्स्थापित किया गया है। यह चौरा कुछ दिन पहले दसनामी संप्रदाय के सबसे पुराने मठ शंकरानंद मठ के परिसर में खोजा गया था। जीर्णोद्धार के बाद उत्तरकाशीर के स्वामी गुरुदेव, स्वामी पुथानंद सरस्वती, दिव्यानंद सरस्वती, स्वामी शास्वतानंद सरस्वती, महीप्रकाश मठ के स्वामी शुद्धानंद पुरी, ब्रह्मचारी आनंद चैतन्य और ब्रह्मचारी सुबोध चैतन्य ने शास्त्रीय परंपरा के आधार पर इसका उद्घाटन किया।
संतों ने श्रीजगन्नाथ और श्रीलोकनाथ से अनुमति मांगी। संतों ने मठ के ट्रस्ट बोर्ड के सदस्यों के साथ जुलूस निकाला और संविधान के साथ उद्घाटन किया। प्राचीन परिदृश्य दिखाई नहीं दे रहा था क्योंकि यह चूना पत्थर की परत के भीतर छिपा हुआ था। इस पर दोबारा प्लास्टर करने पर काम सामने आया। इसलिए शंकरानंद मठ न्यासी बोर्ड ने चूना पूरी तरह से हटाने का फैसला किया। दो दिन तक चूना हटाने के बाद नजारा सामने आया। इतिहासकार डॉ. सुरेंद्र मिश्र के अनुसार यह कार्यात्मक चौरा 800 वर्ष पुराना है। चौरा की ऊंचाई 7 फीट 6 इंच है। उत्तर दिशा में 3 फीट ऊंचा सूर्य नारायण मंदिर है। लक्ष्मी और सरस्वती नारायण, चार-नुकीले सूर्य के दो किनारों पर हैं। इसकी मरम्मत कर दी गई है, हालांकि इसके कुछ हिस्से क्षतिग्रस्त हो गए थे। चौरा के दक्षिण की ओर श्रीजगन्नाथ, श्रीबलभद्र और देवी सुभद्रा की मूर्तियाँ हैं। यहां एक राहु सिर और एक शेर की मूर्ति भी है। चौरा के पूर्वी किनारे पर श्री राधाकृष्ण की 4 फीट ऊँची दोहरी मूर्ति है। राधाकृष्ण के दोनों ओर दो सखियाँ हैं। चौरा के पश्चिम में भगवान कृष्ण की मूर्ति है।
प्राचीन मूर्तियों के अनावरण के अवसर पर डॉ. मिश्र के संयोजन में ट्रस्ट बोर्ड के अध्यक्ष दुर्गाप्रसाद मिश्र की अध्यक्षता में विचार-विमर्श बैठक हुई. उत्तरकाशी के संत इस मूर्ति को देखकर आश्चर्यचकित रह गए। प्रोफेसर कृष्णचंद्र मिश्र ने इस परिदृश्य के संरक्षण के लिए सभी से सहयोग मांगा. मुख्य कार्यक्रम का संचालन ट्रस्ट बोर्ड के सदस्य मिहिर कुमार, आदित्य मिश्रा, जदशिव साहू, जामिनीकांत मिश्रा ने किया. भजन प्रस्तुत किये गये।
800 saal puraanee aara masheen ka jeernoddh
ସମ୍ବାଦ
୮ଶହ ବର୍ଷ ପ୍ରାଚୀନ ଚଉରାର ପୁନରୁଦ୍ଧାର
ପୁରୀ, ୧୫/୧୨ (ଇମିସ): ଶଙ୍କରାନନ୍ଦ ମଠ ପରିସରସ୍ଥ ୮ଶହ ବର୍ଷର ପ୍ରାଚୀନ ଚଉରାର ପୁନରୁଦ୍ଧାର କରାଯାଇଛି। ଶ୍ରୀମନ୍ଦିରର ପ୍ରତିକୃତି ସଦୃଶ ଏହି ଭାସ୍କର୍ଯ୍ୟପୂର୍ଣ୍ଣ ଚଉରାଟି ଚୂନ ଆସ୍ତରଣରେ ଲୁଚି ଯାଇଥିବା ବେଳେ ଏହାକୁ ପୁନରୁଦ୍ଧାର କରାଯାଇଛି। ଦଶନାମୀ ସଂପ୍ରଦାୟର ସର୍ବପ୍ରାଚୀନ ମଠ ଶଙ୍କରାନନ୍ଦ ମଠ ପରିସରରେ ଏହି ଚଉରାକୁ କିଛିଦିନ ତଳେ ଆବିଷ୍କାର କରାଯାଇଥିଲା । ପୁନରୁଦ୍ଧାର ପରେ ଉତ୍ତରକାଶୀର ସ୍ଵାମୀ ଗୁରୁଦେବ, ସ୍ଵାମୀ ଶୁଦ୍ଧାନନ୍ଦ ସରସ୍ଵତୀ, ଦିବ୍ୟାନନ୍ଦ ସରସ୍ଵତୀ, ସ୍ଵାମୀ ଶାଶ୍ବତାନନ୍ଦ ସରସ୍ବତୀ, ମହୀପ୍ରକାଶ ମଠର ସ୍ଵାମୀ ଶୁଭାନନ୍ଦ ପୁରୀ, ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ ଓ ବ୍ରହ୍ମଚାରୀ ସୁବୋଧ ଚୈତନ୍ୟ ଶାସ୍ତ୍ରୀୟ ପରମ୍ପରା ଆଧାରେ ଏହାର ଲୋକାର୍ପଣ କରିଛନ୍ତି।
ଶ୍ରୀଜଗନ୍ନାଥ ଓ ଶ୍ରୀଲୋକନାଥଙ୍କଠାରୁ ସନ୍ଥମାନେ ଅନୁମତି ଭିକ୍ଷା କରିଥିଲେ। ସନ୍ଥମାନେ ମଠ ଟ୍ରଷ୍ଟ ବୋର୍ଡର ସଭ୍ୟମାନଙ୍କ ସହିତ ଶୋଭାଯାତ୍ରାରେ ଯାଇ ବିଧି ବିଧାନ ସହିତ ଲୋକାର୍ପଣ କରିଥିଲେ। ଚୂନ ଆସ୍ତରଣ ଭିତରେ ଏହା ଲୁଚି ଯାଇଥିବାରୁ ପ୍ରାଚୀନ ଭାସ୍କର୍ଯ୍ୟ ଦୃଷ୍ଟିଗୋଚର ହେଉନଥିଲା। ପୁନଃ ଏହା ଉପରେ ଚୂନ ଆସ୍ତରଣ ଦେବା ବେଳେ କାରୁକାର୍ଯ୍ୟ ନଜରକୁ ଆସିଥିଲା। ତେଣୁ ସମ୍ପୂର୍ଣ୍ଣ ରୂପେ ଚୂନ ଛଡ଼ାଇବାକୁ ଶଙ୍କରାନନ୍ଦ ମଠ ଟ୍ରଷ୍ଟବୋର୍ଡ ନିଷ୍ପତ୍ତ ନେଇଥିଲେ। ଦୁଇଦିନ ଧରି ଚୂନ ଛଡ଼ାଇବା ପରେ ଭାସ୍କର୍ଯ୍ୟ ଦୃଷ୍ଟିକୁ ଆସିଥିଲା। ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ଏହି କାରୁକାର୍ଯ୍ୟପୂର୍ଣ୍ଣ ଚଉରାଟି ୮ଶହ ବର୍ଷର ପୁରୁଣା। ଚଉରାର ଉଚ୍ଚତା ୭ଫୁଟ ୬ ଇଞ୍ଚ ଉତ୍ତର ଦିଗରେ ୩ ଫୁଟ ଉଚ୍ଚତାର ସୂର୍ଯ୍ୟ ନାରାୟଣ ମନ୍ଦିର ରହିଛି। ଚତୁର୍ଭୁଜ ବିଶିଷ୍ଟ ସୂର୍ଯ୍ୟ ନାରାୟଣଙ୍କ ଦୁଇ ପାର୍ଶ୍ଵରେ ଲକ୍ଷ୍ମୀ ଓ ସରସ୍ଵତୀ ରହିଛନ୍ତି। ଏହାର ଦଧିନଉତି କିଛି ଅଂଶ ଭାଙ୍ଗି ଯାଇଥିଲେ ହେଁ ଏହାକୁ ମରାମତି କରାଯାଇଛି। ଚଉରାର ଦକ୍ଷିଣ ପାର୍ଶ୍ଵରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ରହିଛି। ରାହୁ ମୁଣ୍ଡ ଓ ସିଂହମୂର୍ତ୍ତି ମଧ୍ୟ ରହିଛି। ଚଉରାର ପୂର୍ବ ଦିଗରେ ୪ ଫୁଟ ଉଚ୍ଚରେ ଶ୍ରୀରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ରହିଛି। ରାଧାକୃଷ୍ଣଙ୍କ ଉଭୟ ପାର୍ଶ୍ଵରେ ଦୁଇଟି ସଖୀ ରହିଛନ୍ତି। ଚଉରାର ପଶ୍ଚିମ ଦିଗରେ ଶ୍ରୀକୃଷ୍ଣଙ୍କ ବିଗ୍ରହ ଅଛି।
ପ୍ରାଚୀନ ଭାସ୍କର୍ଯ୍ୟ ଲୋକାର୍ପଣ ପରିପ୍ରେକ୍ଷୀରେ ଡ.ମିଶ୍ରଙ୍କ ସଂଯୋଜନାରେ ଟ୍ରଷ୍ଟବୋର୍ଡର ସଭାପତି ଦୁର୍ଗାପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଏ ସମ୍ପର୍କିତ ଏକ ଆଲୋଚନା ସଭା କରାଯାଇଥିଲା। ଉତ୍ତରକାଶୀର ସନ୍ଥ ଏହି ଭାସ୍କର୍ଯ୍ୟମୟ.ପ୍ରତିକୃତିକୁ ଦେଖି ବିସ୍ମୟ ପ୍ରକାଶ କରିଥିଲେ। ପ୍ରଫେସର କୃଷ୍ଣଚନ୍ଦ୍ର ମିଶ୍ର ଏହି ଭାସ୍କର୍ଯ୍ୟର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଟ୍ରଷ୍ଟବୋର୍ଡ ସଦସ୍ୟ ମିହିର କୁମାର, ଆଦିତ୍ୟ ମିଶ୍ର, ସଦାଶିବ ସାହୁ, ଯାମିନୀକାନ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭଜନ ପରିବେଷଣ ହୋଇଥିଲା ।
BERHAMPUR Edition
Page No.16 December 16, 2024
ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର ଗ୍ରାମର ନୂଆସାହି ଅଞ୍ଚଳରୁ ଏକ ବିରଳ ବୌଦ୍ଧମୂର୍ତ୍ତି ଶିଳା ଆବିଷ୍କୃତ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର ଗ୍ରାମର ନୂଆସାହି ଅଞ୍ଚଳରୁ ଏକ ବିରଳ ବୌଦ୍ଧମୂର୍ତ୍ତି ଶିଳା ଆବିଷ୍କୃତ ହୋଇଛି। ଏହି ଶିଳାରେ ତଥାଗତ ବୁଦ୍ଧ ବୌଦ୍ଧତ୍ବ ପ୍ରାପ୍ତି ପରେ ବୋଧଗୟା ଠାରେ ଅଶ୍ଵତ୍ଥ ବୃକ୍ଷ ମୂଳେ ଧ୍ୟାନମୁଦ୍ରାରେ ଉପବେଶନ କରିଛନ୍ତି। ଦୁଇ ପାର୍ଶ୍ଵରେ ପରିଚାରିକା ଭଗବାନ ବୁଦ୍ଧଙ୍କୁ ଚାମର ସେବା ଯୋଗାଉଛନ୍ତି। ବୁଦ୍ଧଦେବ ଶିଷ୍ୟମାନଙ୍କୁ ଜ୍ଞାନ(ଧର୍ମୋପଦେଶ) ଶିକ୍ଷା ଦେଉଛନ୍ତି । ଶିଳାର ମଧ୍ୟ ଭାଗରେ ଏକ ଅଶ୍ଵତ୍ଥ ବୃକ୍ଷ ଖୋଦେଇ ହୋଇଛି। ଶିଳାର ନିମ୍ନ ଭାଗ ଉଭୟ ପାର୍ଶ୍ଵରେ ବୌଦ୍ଧ ଭିକ୍ଷୁମାନେ ଧର୍ମୋପଦେଶ ଗ୍ରହଣ କରୁଛନ୍ତି। ଖାଣ୍ଡେଲାଇଟ ପ୍ରସ୍ତରରେ ଚିତ୍ରିତ ଏହି ଶିଳା ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ବୋଲି ପ୍ରତ୍ନତତ୍ତ୍ୱବିତ ଡ. ସୁନୀଲ ପଟ୍ଟନାୟକ ଅନୁମାନ କରିଛନ୍ତି । ସମ୍ଭବତଃ ଏଭଳି ଶିଳା ଉପଲବ୍ଧ ହେବା ଭାରତରେ
ବିରଳ ବୋଲି ଡ. ପଟ୍ଟନାୟକ ମତ ପୋଷଣ କରିଛନ୍ତି। ବୌଦ୍ଧ ବିହାର ପ୍ରବେଶ ଦ୍ବାରରେ ଏଭଳି ଚିତ୍ରିତ ଶିଳାଖଣ୍ଡ ବ୍ୟବହୃତ ହୋଇଥାଏ। ଷୋଳମପୁର ରଘୁନାଥ ଜୀଉ ମନ୍ଦିର କାନ୍ଥରେ ଥିବା ବିରଳ ‘ଅଷ୍ଟମହାଶ୍ଚର୍ଯ୍ୟ ମୂର୍ତ୍ତି’ ଭଳି ଆଜିର ଆବିଷ୍କୃତ ଶିଳା ଅନ୍ୟନ୍ତ ବିରଳ ଓ ଏହି ଶିଳା ଷୋଳମପୁର ବୌଦ୍ଧ ବିହାରର ଗୁରୁତ୍ୱକୁ ପ୍ରତିପାଦନ କରୁଛି । ଏହି ଶିଳା ସଂପୃକ୍ତ ଗ୍ରାମର ଗୋଲକ ନାଥଙ୍କୁ ୪୦ ବର୍ଷ ପୂର୍ବେ କୂଅ ଖୋଳିଲା ବେଳେ ମିଳିଥିଲା । ଗୋଲକଙ୍କ ପରିବାର ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା କରିଆସୁଥିଲେ। ଗତ କିଛି ବର୍ଷ ହେବ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା। ଗୋଲକଙ୍କ ସାନପୁଅ ପ୍ରତାପ ଏ ସମ୍ପର୍କରେ ଇନ୍କ ସଦସ୍ୟ ବିଶ୍ବମ୍ବର ରାଉତଙ୍କ ଦୃଷ୍ଟିକୁ ଆଣିଥଲେ। ଗୁରୁଜୀ ଶରତ ଚନ୍ଦ୍ର ବେହୁରିଆଙ୍କ ସହଯୋଗରେ ବିଶ୍ଵମ୍ବର ଶିଳା ସମ୍ପର୍କରେ ପ୍ରତ୍ନତତ୍ତ୍ୱବିତ ଡ. ପଟ୍ଟନାୟକଙ୍କୁ ଜଣାଇଥିଲେ । ଡ. ପଟ୍ଟନାୟକ ଅନୁଧ୍ୟାନ କରିବା ପରେ ଏହି ବିରଳ ମୂର୍ତ୍ତିକୁ ଷୋଳମପୁର ବୌଦ୍ଧବିହାର ସଂଗ୍ରହାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ବୌଦ୍ଧବିହାର ସମ୍ପର୍କରେ ଅଧିକ ଗବେଷଣା ପାଇଁ ସରକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି
Comments
Post a Comment