ସମ୍ବଲପୁରରେ ହିଂସା

 2023 हनुमान जयंती के दौरान संबलपुर हिंसा में फर्जी तरीके से जेल भेजे गए निर्दोष हनुमान भक्तों और कार्यकर्ताओं के मामलों को तत्काल वापस लेने की मांग 

संबलपुर 17/12: पिछले हनुमान जयंती 2023 के दौरान संबलपुर में हुई हिंसा में शामिल पुलिस अधिकारियों के खिलाफ कार्रवाई करने के लिए मुख्यमंत्री को एक मांग पत्र जारी किया गया है. आज जागरूक नागरिकों की ओर से जिलाधिकारी के माध्यम से मुख्यमंत्री को भेजे गए मांग पत्र में कुछ पुलिस अधिकारियों पर समुदाय विशेष के लोगों के खिलाफ हिंसा भड़काने का आरोप लगाया गया है. शिकायत में आरोप लगाया गया है कि तत्कालीन आईजी, एसपी, एडिशनल एसपी, सदर एसटीआईपीओ, धनुपल्ली आईआईसी, एक एसआई ने हनुमान जयंती बाइक जुलूस पर सुनियोजित हमला कर संबलपुर के शांत माहौल को बाधित करने में भूमिका निभाई। साथ ही एक एएसआई और उसके बेटे ने भी इसमें अहम भूमिका निभाई.

हनुमान जयंती समन्वय समिति के कार्यकर्ता दामोदर कर पर हमला कर उनकी हत्या कर दी गई और कई लोग घायल हो गए. वहीं हनुमान जयंती के दिन एक आदिवासी युवक की बेरहमी से हत्या कर दी गई जबकि दूसरा गंभीर रूप से घायल हो गया.

वे सरकारी जमीन पर घर और दुकानें बना रहे हैं जिससे हिंसा हुई उन्होंने मांग की कि जमीन को कब्जामुक्त कराया जाये, जिस घर से हनुमान भक्तों पर पथराव किया गया और बमबाजी की गयी, उसे तत्काल ध्वस्त किया जाये.

इन सभी पुलिस अधिकारियों ने बीजे के साजी संबलपुर, हटबरिसी में हिंसा फैलाने की साजिश रची थी. हनुमान जयंती के अवसर पर फर्जी तरीके से जेल भेजे गए निर्दोष हनुमान भक्तों व कार्यकर्ताओं पर तत्काल मुकदमे वापस लेने की मांग की गई है। मांग पत्र में संबलपुर हिंसा की जांच करने वाली राष्ट्रीय जांच टीम की रिपोर्ट पर कार्रवाई का जिक्र है. हनुमान जयंती हिंसा की भी एआईए से जांच कराने की सिफारिश की गई है और दोषियों के खिलाफ ठोस कार्रवाई की मांग की गई है. इसी तरह पिछले 24 साल से जेल में बंद दारा सिंह को भी जेल से रिहा करने की मांग की गई है.


अनिल बेहरा के नेतृत्व में जिलाधिकारी से मिलने वाले प्रतिनिधि दल में फणीभूषण मिश्रा, समीर बाबू, अरुण दास, हीरा सिंह, विश्वरंजन जेना, रूद्र घोक, मलकीत सिंह, सुशांत भोई, हरि हरिपाल, राजबीर सिंह, सुबोध सिंह प्रमुख रूप से उपस्थित थे .

୨୦୨୩ ମସିହା ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହିଂସା ମାମଲାରେ ଯେଉଁ ନିରୀହ ହନୁମାନ ଭକ୍ତ ଓ କର୍ମକର୍ତ୍ତାଙ୍କୁ ମିଥ୍ୟା କେସ୍‌ରେ ଛନ୍ଦି ଜେଲ୍ ପଠାଯାଇଥିଲା, ସେସବୁ ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି

ସମ୍ବଲପୁର: ଗତ ୨୦୨୩ ମସିହା ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହିଂସା ମାମଲାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ସଚେତନ ନାଗରିକମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ କେତେକ ପୁଲିସ ଅଧିକାରୀ ଉସୁକାଇ ହିଂସା ସୃଷ୍ଟି କରାଇଥିବା ଅଭିଯୋଗ କରାଯାଇଛି। ଦାବିପତ୍ରରେ ଦର୍ଶାଯାଇଛି ଯେ ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରା ଉପରକୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଇ ସମ୍ବଲପୁରର ଶାନ୍ତ ବାତାବରଣକୁ ଅଶାନ୍ତ କରିବାରେ ତତ୍କାଳୀନ ଆଇଜି, ଏସ୍‌ପି, ଅତିରିକ୍ତ ଏସ୍‌ପି, ସଦର ଏସ୍ତିପିଓ, ଧନୁପାଲି ଆଇଆଇସି, ଜଣେ ଏସ୍‌ଆଇଙ୍କ ଭୂମିକା ରହିଥିଲା। ଏଥିସହିତ ଜଣେ ଏଏସ୍‌ଆଇ ଏବଂ ତାଙ୍କ ପୁଅ ଏଥିରେ ମୁଖ୍ୟ ଭୂମିକା ନେଇଥିଲେ।
ହନୁମାନ ଜୟନ୍ତୀ ସମନ୍ଵୟ ସମିତିର କର୍ମକର୍ତ୍ତା ଦାମୋଦର କରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ବହୁଲୋକ ଆହତ ହୋଇଥିଲେ। ପୁଣି ହନୁମାନଜୟନ୍ତୀ ଦିନ ଜଣେ ଆଦିବାସୀ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ।
ହିଂସା ସୃଷ୍ଟି କରିଥିଲେ ସେମାନେ ସରକାରୀ ଜମିରେ ଘର ଓ ଦୋକାନ କରୁଛନ୍ତି | ସେସବୁ ଜମିକୁ ଜବରଦଖଲମୁକ୍ତ କରାଯିବା, ଯେଉଁ ଘର ଉପରୁ ହନୁମାନ ଭକ୍ତଙ୍କ ଉପରକୁ ପଥରମାଡ଼ ହୋଇଥିଲା ଆଉ ବୋମା ରଖାଯାଇଥିଲା, ସେସବୁ ଘରକୁ ତୁରନ୍ତ ଭାଂଗିବାକୁ ଦାବି କରାଯାଇଛି।
ଏସବୁ ପୁଲିସ ଅଧିକାରୀମାନେ ବିଜେଡିର ହାତବାରିସୀ ସାଜି ସମ୍ବଲପୁରରେ ହିଂସା ସୃଷ୍ଟି ପାଇଁ ଷଡ଼ଯନ୍ତ୍ର କରିଥିଲେ। ହନୁମାନ ଜୟନ୍ତୀ ଅବସରରେ ଯେଉଁ ନିରୀହ ହନୁମାନ ଭକ୍ତ ଓ କର୍ମକର୍ତ୍ତାଙ୍କୁ ମିଥ୍ୟା କେସ୍‌ରେ ଛନ୍ଦି ଜେଲ୍ ପଠାଯାଇଥିଲା, ସେସବୁ ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ସମ୍ବଲପୁର ହିଂସାର ତଦନ୍ତ କରିଥିବା ଜାତୀୟ ତଦନ୍ତକାରୀ ଦଳର ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ହନୁମାନ ଜୟନ୍ତୀ ହିଂସାର ଏଆଇଏ ଦ୍ବାରା ତଦନ୍ତ ପାଇଁ ସୁପାରିସ ଓ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି କରାଯାଇଛି। ସେହିପରି ଗତ ୨୪ ବର୍ଷ ହେଲା ଜେଲ୍ ଦଣ୍ଡ ଭୋଗୁଥିବା ଦାରା ସିଂଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ବି ଦାବି କରାଯାଇଛି।

ଅନିଲ ବେହେରାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିବା ପ୍ରତିନିଧି ଦଳରେ ଫଣିଭୂଷଣ ମିଶ୍ର, ସମୀର ବାବୁ, ଅରୁଣ ଦାସ, ହୀରା ସିଂହ, ବିଶ୍ବରଂଜନ ଜେନା, ରୁଦ୍ର କଣ୍ଠ, ମଲକିତ ସିଂହ, ସୁଶାନ୍ତ ଭୋଇ, ହରି ହରିପାଲ, ରାଜବୀର ସିଂହ, ସୁବୋଧ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Comments

Popular posts from this blog

ମାତୃଭାଷାରେ ଶିକ୍ଷାଦାନ ଓ ସରକାରୀ କାର୍ଯ୍ୟ

ଓଡ଼ିଶାକୁ ମିଳିଲା ଜିଆଇ ଟ୍ୟାଗ୍‌