Dress code
18-12-2024
श्रीमन्दिर आनंद बाजार में
ड्रेस कोड - महाप्रसाद विक्रेता नारंगी
रंग के कपड़े पहनते हैं
पुरी:
श्रीमंदिर आनंद बाजार में नया ड्रेस कोड सिस्टम लागू किया गया है. अन्न महाप्रसाद
बेचने वाले सुपकार के सहायक इस बार गेरुआ रंग के वस्त्र पहनेंगे। महाप्रसाद की
बिक्री के दौरान वे गेरुआ रंग के कपड़े पहनते हैं और महाप्रसाद बेच सकते हैं या
मदद कर सकते हैं। सुअर महासुअर नियोग ने श्रीमंडी प्रशासन की सहमति से आनंदबाजार
क्षेत्र में यह व्यवस्था लागू की है। जो सहायक बचे हैं वे आज से नारंगी रंग के
कपड़े पहनकर आनंद बाजार आये हैं.लिंक
ଆନନ୍ଦବଜାରରେ ଡ୍ରେସକୋଡ୍-ଅନ୍ନ ମହାପ୍ରସାଦ ବିକ୍ରେତା ପିନ୍ଧିଲେ ଗେରୁଆ ପୋଷାକ
ପୁରୀ, ୧୭/୧୨: ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗୁ ହୋଇଛି ନୂଆ ଡ୍ରେସ୍କୋଡ୍ ବ୍ୟବସ୍ଥା। ଅନ୍ନ ମହାପ୍ରସାଦ ବିକ୍ରି କରୁଥିବା ସୂପକାରଙ୍କ ସହାୟକମାନେ ଏଥର ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ। ମହାପ୍ରସାଦ ବିକ୍ରି ବେଳେ ଏମାନେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ମହାପ୍ରସାଦ ବିକ୍ରି କରିପାରିବେ ଅବା ସହାୟତା କରିପାରିବେ। ଶ୍ରୀମନ୍ଦିର ପ୍ରଶାସନର ସ୍ବୀକୃତିକ୍ରମେ ସୁଆର ମହାସୁଆର ନିଯୋଗ ଆନନ୍ଦବଜାର କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରିଛି। ଯେଉଁ ସହାୟକମାନେ ରହିଛନ୍ତି, ସେମାନେ ଆଜିଠାରୁ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆନନ୍ଦବଜାରକୁ ଆସିଛନ୍ତି ।
ତେବେ ଏହି ବ୍ୟବସ୍ଥାକୁ କୋଠଭୋଗ ପାଳିଆମାନେ ମାନିନାହାନ୍ତି। ଗେରୁଆରଙ୍ଗର ପୋଷାକ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଠଭୋଗ ପାଳିଆମାନେ ଏହା ପିନ୍ଧିବେନି ବୋଲି ରୋକ୍ତାକ୍ କହିଛନ୍ତି। ନଚେତ୍ ଅବଢ଼ା ପ୍ରସ୍ତୁତିରେ ଅସହଯୋଗ କରିବାକୁ ଡରାଉଛନ୍ତି ବୋଲି ସୂପକାର ସେବକମାନେ କହିଛନ୍ତି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ସୂପକାରମାନେ
କୋଠଭୋଗ
ପାଳିଆଙ୍କ ଏଭଳି ଆଚରଣକୁ ନିନ୍ଦା କରିବା ସହ ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର ବୋଲି ମତ ଦେଇଛନ୍ତି। ଜଣେ ସୂପକାର ସେବକ କହିଛନ୍ତି, କୋଠଭୋଗ ପାଳିଆମାନେ ଯେଉଁଭଳି ଡରାଉଛନ୍ତି, ସେଥିରେ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ଅଧିକାରୀମାନେ ବି ଅସହାୟତା ପ୍ରକାଶ କରିବା ଶ୍ରୀମନ୍ଦିର ସ୍ଵତ୍ଵଲିପି ବିରୋଧୀ। କରୁଛନ୍ତି। କୋଠଭୋଗ ପାଳିଆମାନେ କିନ୍ତୁ ଏମାନେ ନିୟମିତ କୋଠଭୋଗକୁ
ଆନନ୍ଦବଜାରରେ ବିକ୍ରି କରୁଛନ୍ତି। ଏ ନେଇ ଆନନ୍ଦବଜାରରେ ନିୟୋଜିତ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ସେମାନଙ୍କୁ ବାରଣ କରୁଛନ୍ତି। ଏହାକୁ ନେଇ ଅବସରପ୍ରାପ୍ତ ସେନା କର୍ମଚାରୀ ଓ କୋଠଭୋଗ ପାଳିଆଙ୍କ ଭିତରେ ପାଟିତୁଣ୍ଡ ହେଉଛି। ଅଧିକାରୀମାନେ
ମାନୁନାହାନ୍ତି କୋଠଭୋଗ ପାଳିଆ
ଏଥିରେ ମୁଣ୍ଡ ଖେଳାଉନଥିବାରୁ ଆଗକୁ ଏହି ସମସ୍ୟା ଜଟିଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଏକ ଅନୁଧ୍ୟାନ କମିଟି ଗଠନ
PURI Edition
Page No.1 December 18, 2024
ମହାସୁଆର୍
ଶ୍ରୀ ମନ୍ଦିର, ପୁରୀ
ନିଯୋଗ
କରାଯାଇଛି। ତଦାରଖ ଓ ବିଶୃଙ୍ଖଳା ରୋକିବାକୁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି।
ଏମାନେ ପର୍ଯ୍ୟାୟକ୍ରମେ ୮ ଘଣ୍ଟିଆ ଡ୍ୟୁଟି କରୁଛନ୍ତି। ଏହାସହ ମହାପ୍ରସାଦ ବିକ୍ରି କରୁଥିବା ସୂପକାରଙ୍କ କ୍ଷେତ୍ରରେ କଟକଣା ଲଗାଯାଇଛି। ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟକେହି ମହାପ୍ରସାଦ ଦୋକାନ ଚଳାଇ ପାରିବେନି ବୋଲି ବାଧ୍ୟତାମୂଳକ କରାଯାଇଛି। ଯେଉଁମାନଙ୍କ ନାଁରେ ଦୋକାନ ରହିଛି, ସେମାନଙ୍କୁ ଦୋକାନ ଚଳାଇବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶନାମା ଜାରିକରିଛନ୍ତି। ଏଥିସହ ଅନ୍ନ ମହାପ୍ରସାଦ ଓ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୂପକାରଙ୍କୁ ସହାୟତା ପାଇଁ ଜଣେ ଲେଖାଏଁ ସହାୟକ ରଖିବାକୁ ଅନୁମତି ପ୍ରଦାନ କରାଯାଇଛି। ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ସହାୟକଙ୍କ ତାଲିକା ପ୍ରଦାନ ପରେ ଆନନ୍ଦବଜାରରେ
କେଉଁମାନେ ରହିବେ, ତାର ସ୍ଵୀକୃତି ମିଳିଛି। ଯଦ୍ବାରା ଆନନ୍ଦବଜାରରେ ପୂର୍ବରୁ ହେଉଥିବା ବିଶୃଙ୍ଖଳା ରୋକାଯାଇ ପାରିବ । ଯେଉଁ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ବ୍ୟକ୍ତିମାନେ ଆସି ଆନନ୍ଦବଜାରରେ ଉତ୍ପାତ କରୁଥିଲେ, ଆନନ୍ଦବଜାରରେ ସେମାନଙ୍କ ପ୍ରବେଶରେ କଟକଣା ଲଗାଯାଇଛି। ଅନ୍ୟପଟେ ଆନନ୍ଦବଜାରରେ କେଉଁମାନେ ମହାପ୍ରସାଦ ବିକ୍ରି କରୁଛନ୍ତି ଓ କେଉଁମାନେ ବିକ୍ରି କରୁନାହାଁନ୍ତି, ତାଙ୍କୁ ଚିହ୍ନଟ ପାଇଁ ନୂଆ ଡ୍ରେସ୍କୋଡ୍ ବ୍ୟବସ୍ଥା ଆହୁରି ଶୃଙ୍ଖଳା ଆଣିପାରିବ। ସୂଚନାଯୋଗ୍ୟ, ପୂର୍ବରୁ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୂପକାରଙ୍କ ସହାୟକଙ୍କ କ୍ଷେତ୍ରରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ନିୟମ ଲାଗୁ କରାଯାଇଛି।
Comments
Post a Comment